ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଓ ସାହର ପଡ଼ା ବ୍ଲକରୁ ଆଜି ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପାଟଣା ବ୍ଲକ ଚେମେଣା ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେ ସିଆରପିଏଫର ଜଣେ କାର୍ଯ୍ୟରତ କନେଷ୍ଟବଳ ଦିଲ୍ଲୀରୁ ଫେରିଥିଲେ।
ସେହିପରି ସାହାରପଡା ବ୍ଲକର ମାଛଗଡ଼ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରୁ ୨ ଜଣ ଓ ଖୁଣ୍ଟାପଡା ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ମାଛଗଡ଼ ପଞ୍ଚାୟତର ସରପଞ୍ଚ ଈଶ୍ୱର ନାଏକ ୯ ଗ୍ରାମକୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି। ସେହିପରି ଖୁଣ୍ଟାପଡ଼ା ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର ମୁଣ୍ଡା ୫ ଗ୍ରାମକୁ ୭୬ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।