ନୂଆଦିଲ୍ଲୀ: ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ହିଂସକ ଆକ୍ରମଣ ପରେ ବାୟୁସେନାର ମୁଖ୍ୟ ଆରକେଏସ ଭଦୋରିୟା ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି କି, ଚୀନ ସହ ଲାଗି ରହିଥିବା ହିଂସାକୁ ଭାରତ ଶାନ୍ତିପୂର୍ଣ୍ଣଭାବେ ସମାଧାନ କରିବାକୁ ଚାହୁଁଛି କିନ୍ତୁ ଯଦି ଆବଶ୍ୟକ ପଡ଼େ ଦୃଢ଼ଭାବେ ଜବାବ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଭାରତୀୟ ବାୟୁସେନାର ସଂଯୁକ୍ତ ସ୍ନାତକ ପ୍ୟାରେଡରେ ଯୋଗଦେଇ ଗାଲୱାନ ଘାଟିରେ ସହିଦଙ୍କ ପ୍ରାଣାହୁତି ବ୍ୟର୍ଥ ଯିବନାହିଁ ବୋଲି ଭୋଦରିୟା କହିଛନ୍ତି।
ପୂର୍ବ ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ସୋମବାର ଗାଲୱାନ ଘାଟିରେ ହୋଇଥିବା ହିଂସକ ଆକ୍ରମଣ ସମ୍ପର୍କରେ ବାୟୁସେନା ମୁଖ୍ୟ କହିଛନ୍ତି କି, ‘ଅତ୍ୟଧିକ ପ୍ରତିଦ୍ୱନ୍ଦିତାମୂଳକ ପରିସ୍ଥିତିରେ ବୀରତାପୂର୍ଣ୍ଣ କାର୍ଯ୍ୟକଳାପ କୌଣସିପ୍ରକାରେ ଭାରତର ସାର୍ବଭୌମତ୍ୱକୁ ରକ୍ଷା କରି ଆମ ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି।’
ସୂଚନାଯୋଗ୍ୟ, ଭାରତ ଓ ଚୀନ ସୀମାରେ ହୋଇଥିବା ସଂଘର୍ଷରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୦ ଜଣ ପ୍ରାଣ ହରାଇଛନ୍ତିି।