ପୁଣି ଫେରିଲା କରୋନା, ୧୪୮ ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭୟାବହ ସ୍ଥିତି ସୃଷ୍ଟି କରିଥିବା କରୋନା ପୁଣିଥରେ ଚିନ୍ତାର ବିଷୟ ପାଲଟିଛି । ଶୀତର ଆରମ୍ଭ ସହ ଭାରତରେ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ସମାଚାର ଏଜେନ୍ସି ପିଟିଆଇର ରିପୋର୍ଟ ମୁତାବକ, ଭାରତରେ ଦିନକରେ ୧୪୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ବଢ଼ୁଥିବା ରୋଗୀଙ୍କ ଦଂଖ୍ୟା ୮୮୦ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ମୁତାବକ, ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୫୦ ଲକ୍ଷ ୨ହଜାର ୮୮୯ରେ ପହଞ୍ଚିଛି । ଅନ୍ୟପଟେ ମୃତକଙ୍କ ସଂଖ୍ୟା ୫ଲକ୍ଷ ୩୩ ହଜାର ୩୦୬ ହୋଇଛି ।