କରୋନା ସଂକ୍ରମିତ ଏପରିି ଦେବେ ଭୋଟ…

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ଆସନ୍ତା ଫେବୃଆରୀ ୧୦ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ କରୋନା ସଂକ୍ରମିତ ଲୋକ କିପରି ଭୋଟ ଦେବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରଶ୍ନର ଉତ୍ତର ନିର୍ବାଚନ ଆୟୋଗ ଦେଇଛନ୍ତି।

ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କରୋନା ପଜିଟିଭ ଲୋକଙ୍କ ପାଇଁ ବାଲେଟ ପେପରରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି। କୋଭିଡ ସଂକ୍ରମିତ ଲୋକଙ୍କ ବ୍ୟତୀତ ୮୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ପୋଷ୍ଟାଲ ବାଲେଟ ଜରିଆରେ ଭୋଟ ଦେବେ।