ୟୁ.ଏସ୍‌.ବି.ଏମ୍ ତରଫରୁ ‘ଏଚ୍ ଆର୍ କନଫରେନ୍ସ’ ଆୟୋଜିତ: ଯୋଗଦେଲେ ବିଭିନ୍ନ କର୍ପୋରେଟ କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ୟୁନାଇଟେଡ୍‌ ସ୍କୁଲ୍‌ ଅଫ୍ ବିଜନେସ୍‌ ମ୍ୟାନେଜ୍‌ମେଣ୍ଟ (ୟୁଏସ୍‌ବିଏମ୍‌) ପକ୍ଷରୁ ଆଜି ଏକ ଏଚ୍ଆର କନଫରେନ୍ସ ପ୍ରୋଗ୍ରାମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ‘ବର୍ତ୍ତମାନର ଚାକିରି ଦୃଶ୍ୟ: ପ୍ରତିଦ୍ୱନ୍ଦିତା ଓ ସୁଯୋଗ’ ବିଷୟରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ୟୁଏସ୍‌ବିଏମ୍‌ର ନିର୍ଦ୍ଦେଶକ ଶ୍ରୀ ସୌମ୍ୟକାନ୍ତ ବଳବନ୍ତରାୟ ଶୁଭାରମ୍ଭ କରିଥିବା ବେଳେ ପ୍ରନ୍ସିପାଲ ଡ. ଏସ୍. କେ. ଦାସ, ବରିଷ୍ଠ ଏଚ୍ ଆର୍ ମ୍ୟାନେଜର ଓ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡିଟେକ୍‌ ସଲ୍ୟୁସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଓ ସିଓଓ ଅବିନାଶ ଘୋଷ, ଫ୍ଲିପ୍‌କାର୍ଟର ବରିଷ୍ଠ ଏଚ୍ ଆର୍ ସଦସ୍ୟ ଶେଖର ଚନ୍ଦ୍ର ସାହୁ, ଜ୍ୟୋତି ମୋଟର୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ତାଲିମ ଓ ବିକାଶ ବିଭାଗର ମ୍ୟାନେଜର ରଜନୀକାନ୍ତ ଦାଶ, କାଇରେନ୍‌ ଟେକନୋଲୋଜିର ଏଚ୍ ଆର୍ ମ୍ୟାନେଜର ଟୁକୁନା ସେଠୀ, ଶ୍ରୀଜନ ସ୍ପେକ୍ଟ୍ରମର ବରିଷ୍ଠ ଏଚ୍ ଆର୍ ମ୍ୟାନେଜର ପୂଜା ମାନସିଂହ, ଆଇଡେଣ୍ଟିଟି ଟ୍ରେନିଂ ସର୍ଭିସ୍‌ର ପ୍ରତିଷ୍ଠାତା ଓ ସିଇଓ ଯଶୋବନ୍ତ ନାରାୟଣ ସିଂଘାଲ, ୟୁନାଇଟେଡ୍‌ ହେଲ୍ଥ ଗ୍ରୁପ୍‌ର ବରିଷ୍ଠ ସଫ୍ଟୱେର୍ ଇଞ୍ଜିନିୟର ବିଶ୍ୱରଞ୍ଜନ ସାମଲ ଓ ଏଆଇସି-ଏନ୍‌ଆଇଟିଏଫ୍‌ର ଇନକ୍ୟୁବେସନ୍ ମ୍ୟାନେଜର ଦୁର୍ଗା ପ୍ରସାଦ ଗୌଡ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ନିଜର କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା ବାଣ୍ଟିବା ସହିତ ଜୀବନରେ ସଫଳ ହେବା ଏବଂ ଅନିଶ୍ଚିତତାର ସମ୍ମୁଖୀନ ହେବା ପାଇଁ ଆବଶ୍ୟକ କୌଶଳ ବିଷୟରେ କହିଥିଲେ।

ଏହି କାର୍ଯ୍ୟକ୍ରମକୁ ଟ୍ରେନିଂ ଆଣ୍ଡ ପ୍ଲେସମେଣ୍ଟ୍‌ ବିଭାଗର ସଂଯୋଜକ ପ୍ରଫେସର ସମୀର କୁମାର ପାତ୍ରୋ ଓ ତାଙ୍କ ଟିମ୍ ଆୟୋଜନ କରିଥିଲେ। ଡ. ସ୍ୱାତୀ ମିଶ୍ରଙ୍କ ଦ୍ୱାରା ସଂଯୋଜିତ ଏହି କାର୍ଯ୍ୟକ୍ରମରେ ଇନଷ୍ଟିଚ୍ୟୁଟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ। କୋଭିଡ ନିୟମର ଅନୁସରଣ କରାଯାଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।