କରୋନା ଯୁଦ୍ଧରେ ହାରିଗଲେ ମାନସ

ମାଲକାନଗିରି, କୋରୁକୋଣ୍ଡା,ଏନ୍ଏନ୍ଏସ୍ : କରୋନା ଯୁଦ୍ଧରେ ହାରିଗଲେ ଜଣେ ଆଗ ଧାଡ଼ିର ଯୋଦ୍ଧା। ଏଭଳି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ଦେଖିବାକୁ ମିଳିଛି।  ୪ ନଂ ୱାର୍ଡ ର ମାନସ ରଞ୍ଜନ ପାଣ୍ଡେ ଖଇରିପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ଥିଲେ। ସେ ଗତ ୧୩ ତାରିଖରେ କରୋନା ପଜିଟିଭ  ଚିହ୍ନଟ ହୋଇଥିଲେ। କରୋନା ଆକ୍ରାନ୍ତ ପରେ ସେ ମାଲକାନଗିରି କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣାସ୍ଥିତ ଏଲଜି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ବୁଧବାର ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁପରେ କୋଭିଡ ନିୟମ ଅନୁଯାୟୀ ତାଙ୍କୁ ନିଜ ବାସଭବନ ବାଲିମେଳାକୁ ଅଣାଯାଇଥିଲା। ଜିଲ୍ଲା ପ୍ରଶାସନ ଆଜି ତାଙ୍କୁ କରୋନା ଯୋଦ୍ଧା ଘୋଷିତ କରି ତାଙ୍କୁ ଗାର୍ଡ ଅଫ୍ ଅନର ଦେଇ ସମ୍ମାନିତ କରିଛି।