ପୁରୀରେ ୧୪୪ ଧାରା ଜାରି

ପୁରୀ, ଏନ୍ଏନ୍ଏସ୍: ନାଗାର୍ଜୁନ ବେଶ ପାଇଁ ପୁରୀରେ ୧୪୪ ଧାରା ଜାରି କରାଯାଇଛି। ଆଜି ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ମରିଚକୋଟ ଛକରୁ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି ହୋଇଛି। ଏଥିପାଇଁ ଭକ୍ତମାନେ ପତିତପାବନ ଦର୍ଶନରୁ ବଞ୍ଚିତ ରହିବେ। ସୁରକ୍ଷା ଦୃଷ୍ଟିରୁ ପୁରୀ ସହରରେ ୧୪୪ ଧାରା ଜାରି କରାଯାଇଛି। ଏଥିପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୨ ଏଏସପି, ୭ ଡିଏସପି, ୧୯ ଏସଆଇ, ୭୭ ଏଏସଆଇ ନିୟୋଜିତ ରହିବେ।