ଝାରସୁଗୁଡାରେ ୬ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ପୁଣି ୫୩ ଜଣ ପଜିଟିଭ ଚିହ୍ନଟ ହେବାପରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ପାରି ହୋଇଛି। ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ହଜାର ୩୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଜାର ୬ଶହ ୭୫ ସୁସ୍ଥ ହୋଇଛନ୍ତି ଏବଂ ୩୪୮ ଜଣଙ୍କ ଚିକିତ୍ସା ଜାରି ରହିଛି। ଆଜି ଚିହ୍ନଟ ହୋଇଥିବା ୫୩ ଜଣଙ୍କ ମଧ୍ୟରେ ଝାରସୁଗୁଡା ପୌରପରିଷଦ ଅଞ୍ଚଳରୁ ୮ ଜଣ, ବେଲପାହାଡ ପୌରପରିଷଦ ଅଞ୍ଚଳରୁ ୪ ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୧୨ ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୧୨ ଜଣ, ଲଇକେରା ବ୍ଲକରୁ ୧୨ ଜଣ, କୋଲାବିରା ବ୍ଲକରୁ ୨ ଜଣ ଓ କିର୍ମିରା ବ୍ଲକରୁ ଜଣେ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଝାରସୁଗୁଡାର ଆଉ ୨ ଜଣ ବ୍ୟକ୍ତି ବାହର ଜିଲ୍ଲାର ଚିକିତ୍ସାଳୟରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।