କରୋନା ସଂକ୍ରମଣ : ୮ଟି ଦେଶ ପାଇଁ ସମସ୍ତ ଭିସା ରଦ୍ଦ କଲା ଭାରତ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନାଗରିକମାନଙ୍କ ପାଇଁ ଅନେକ ଦେଶକୁ ଯାତ୍ରା କରିବା ଉପରେ କଟକଣା ଜାରି କରାଯାଇଛି । ୮ଟି ଦେଶ ପାଇଁ ସମସ୍ତ ନିୟମିତ ଭିସା ଓ ଇ-ଭିସା ପ୍ରଦାନକୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି । ନାଗରିକମାନଙ୍କ ଜାରି ପରାମର୍ଶରେ କୁହାଯାଇଛି, ଆବଶ୍ୟକ ନଥିଲେ ଚୀନ, ଇଟାଲୀ, ଇରାନ, କୋରିଆ, ଜାପାନ, ଫ୍ରାନ୍ସ, ସ୍ପେନ ଓ ଜର୍ମାନୀ ଅଯଥା ଗସ୍ତ ନ କରିବା ପାଇଁ କୁହାଯାଇଛି। ବିଶ୍ୱର ୧୦୦ରୁ ଊର୍ଦ୍ଧ୍ବ ଦେଶରେ କୋଭିଡ୍‍-୧୯ ଭୂତାଣୁ ସଂକ୍ରମଣ ହୋଇଥିବା ଦୃଷ୍ଟିରୁ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପରାମର୍ଶ ଜାରି କରାଯାଇଛି । କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଏହି ୮ଟି ଦେଶ ପାଇଁ ସମସ୍ତ ନିୟମିତ ଭିସା ଓ ଇ-ଭିସା ପ୍ରଦାନକୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି ।