ରାଉରକେଲା,ଏନ୍ଏନ୍ଏସ୍: କରୋନା ସମୟରେ ମା’ ପ୍ରସବ ପରେ ଶିଶୁ ପୁତ୍ରକୁ ଛାଡ଼ି ପଳାଇଲା। ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବ୍ରାହ୍ମଣୀ ତରଙ୍ଗ ଥାନା ସାନନୂଆଗାଁ ଠାରେ। ପ୍ରସବ ପରେ ପିଲାକୁ ଛିଡି ଦେଲା। ସୂଚନା ଅନୁସାରେ ଉକ୍ତ ମହିଳା ଜଣଙ୍କ ଝାରଖଣ୍ଡରୁ ଚାଲି ଚାଲି ଛତିଶଗଡ଼ ଯାଉଥିଲା।
ଏହି ସମୟରେ ବାଟରେ ମହିଳା ଜଣଙ୍କର ପ୍ରସବ ହୋଇଥିଲା। ତେବେ ଶିଶୁ ପୁତ୍ରକୁ ସାଥିରେ ନେଇ ଯିବା କଷ୍ଟକର ହେବାରୁ ବାଟରେ ଶିଶୁ ପୁତ୍ରକୁ ଛାଡ଼ି ସେଠାରୁ ପଳାଇଯାଇଥିବା ଜଣାପଡ଼ିଛି। ଗାଁ ଲୋକଙ୍କ ଦ୍ୱାରା ଶିଶୁ ପୁତ୍ରକୁ ଉଦ୍ଧାର କରାଯିବା ସହ ତାକୁ ଆରଜିଏଚରେ ଭର୍ତ୍ତି କରାଯାଇଛି। ପରେ ‘ଦିଶା’ ଚାଇଲ୍ଡଲାଇନକୁ ଶିଶୁଟିକୁ ହସ୍ତାନ୍ତର କରାଯାଇଛି।