ଝାରସୁଗୁଡ଼ାରେ କରୋନା ମାମଲା ୨ ହଜାର ଟପିଲା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୧୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୭୮କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧,୨୨୫ ଜଣ ସୁସ୍ଥ ହୋଇଛନ୍ତି, ୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୮୪୯ ଜଣଙ୍କ ଚିକିତ୍ସା ଜାରି ରହିଛି।

ଆଜି ଚିହ୍ନଟ ହୋଇଥିବା ୧୦୩ ଜଣଙ୍କ ମଧ୍ୟରୁ ଝାରସୁଗୁଡ଼ା ପୌର ପରିଷଦ ଅଂଚଳରୁ ୭୧ଜଣ, ବେଲପାହାଡ଼ ପୌର ପରିଷଦ ଅଂଚଳରୁ ୧୩ଜଣ, ବ୍ରଜରାଜନଗର ପୌର ପୌର ପରିଷଦ ଅଂଚଳରୁ ୨ଜଣ, ଲଖନପୁର ବ୍ଲକ ଅଂଚଳରୁ ୧୦ଜଣ, କୋଲାବିରା ବ୍ଲକ ଅଂଚଳରୁ ୨ଜଣ ଓ କିର୍ମିରା ବ୍ଲକ ଅଂଚଳରୁ ୫ ଜଣ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ଜଣ ଉନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ଥିବାବେଳେ ୭୨ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।