ମାଲକାନଗିରିରୁ ପୁଣି ୨୨ କରୋନା ଆକ୍ରାନ୍ତ ଚିହ୍ନଟ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପୁଣି ୨୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୦୭ କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦ ଅଂଚଳ ଓ ମାଥିଲି ବ୍ଲକରୁ ୫ଜଣ, ବାଲିମେଳା ଏନଏସି ଓ କାଲିମେଳା ବ୍ଲକରୁ ୩ ଜଣ, ମାଲକାନଗିରି ବ୍ଲକ ଓ କୋରୁକୋଣ୍ଡା ବ୍ଲକରୁ ୨ଜଣ, ଖଇରପୁଟ ବ୍ଲକ ଓ ଚିତ୍ରକୋଣ୍ଡା ବ୍ଲକରୁ ଜଣେ ରହିଛନ୍ତି। ଏମାନଙ୍କ ମଧ୍ୟରେ ୨ଜଣ କୋଭିଡ ଯୋଦ୍ଧା ରହିଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୦୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୩୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ୮ଜଣଙ୍କର ମୃତ୍ୟୁ ଘଟିଛି ଓ ୨୩୮ଜଣ ଚିକିତ୍ସାଧୀନ ରହିଛନ୍ତି।