ସିଆରପିଏଫ୍ ଓ ଡିଆରଡିଓ ଦ୍ୱାରା ବାଇକ୍ ଆମ୍ବୁଲାନ୍ସ ସେବା ‘ରକ୍ସିତା’ ଆରମ୍ଭ

ନୂଆଦିଲ୍ଲୀ,ଏଜେନ୍ସି: ସିଆରପିଏଫ୍ ଓ ଡିଆରଡିଓର ମିଳିତ ଉଦ୍ୟମରେ ଆଜି ଏକ ବାଇକ୍ ଆମ୍ବୁଲାନ୍ସ ସେବା ‘ରକ୍ସିତା’ ଆରମ୍ଭ ହୋଇଛି। ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ଯବାନଙ୍କୁ ଜରୁରୀ ମେଡ଼ିକାଲ ସେବା ଯୋଗାଇବା ଉଦ୍ଦେଶ୍ୟରେ ଏହି ସେବା ଆରମ୍ଭ କରାଯାଇଛି। ନକ୍ସଲ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ସମୟରେ ଯଦି କୌଣସି ଯବାନ ଗୁରୁତର ଆହତ ହୋଇଯାଆନ୍ତି ତେବେ ତାଙ୍କ ନିକଟରେ ଏହି ଆମ୍ବୁଲାନ୍ସ ସହଜରେ ପହଞ୍ଚିବା ସହ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇପାରିବ।

ବିଜାପୁର, ସୁକମା, ଦନ୍ତେୱାଡା ପ୍ରଭୃତି ଅଞ୍ଚଳରେ ଏହି ବାଇକ୍ ଆମ୍ବୁଲାନ୍ସ ବେଶ ଉପଯୋଗୀ ହେବ ବୋଲି ସିଆରପିଏଫ୍ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ବାଇକ୍ ଆମ୍ବୁଲାନ୍ସ ପ୍ରସ୍ତୁତ ହେବା ପରେ ନକ୍ସଲ ଅଞ୍ଚଳର ପତଳା ରାସ୍ତାରେ ତୁରନ୍ତ ଆମ୍ବୁଲାନ୍ସ ସେବା ପହଞ୍ଚି ପାରିବ ଓ ସେଠାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ପାରିବ। ସେନେଇ ଅଧିକ ବାଇକ୍ ଆମ୍ବୁଲାନ୍ସ ପ୍ରସ୍ତୁତ କରିବାକୁ ସିଆରପିଏଫ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ଆହତ ଯବାନ ମାନେ ଠିକ୍ ସମୟରେ ଆମ୍ବୁଲାନ୍ସ ଓ ମେଡ଼ିକାଲ ସେବା ନ ପାଇ ମୃତ୍ୟୁ ବରଣ କରୁଛନ୍ତି। ଏହା ଦ୍ୱାରା ସେମାନଙ୍କୁ ବଞ୍ଚାଯାଇ ପାରିବ ବୋଲି କୁହାଯାଇଛି।