ସାମୟିକ ଶିବିରରେ ରନ୍ଧାଖାଦ୍ୟ ପ୍ରଦାନ

ବାରିକପୁର,ଏନ୍ଏନ୍ଏସ୍: ଭଣ୍ଡାରିପୋଖରୀ ବ୍ଲକ୍ ଅଞ୍ଚଳର ସାମୟିକ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ରହିଥିବା ଅନ୍ତେବାସୀଙ୍କୁ ଆଜି ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜେନ୍ଦ୍ରପୁର ପଞ୍ଚାୟତ ଅଧୀନ ରହିଥିବା ୭ଟି ଆଶ୍ରୟସ୍ଥଳୀର ଲୋକମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ ସାହୁଙ୍କ ନେତୃତ୍ୱରେ ଏସଏଚଜି ସଦସ୍ୟା ଓ ସ୍ୱେଚ୍ଛାସେବୀମାନେ ଲୋକମାନଙ୍କୁ ଖାଦ୍ୟ ବିତରଣ କରିଥିଲେ।

ଏହା ସହିତ ଘରେ ଥାଇ ସୁଦ୍ଧା ଯେଉଁ ଲୋକମାନେ ପବନ କାରଣରୁ ରାନ୍ଧବଢା କରିପାରିନାହାନ୍ତି ସେମାନଙ୍କୁ ମଧ୍ୟ ଖାଦ୍ୟ ପ୍ରଦାନ କରାଯାଇଛି। ଏଥିରେ ସ୍ୱେଚ୍ଛାସେବୀ ଯୁବକ ଦେବାନନ୍ଦ ସେଠି ସହଯୋଗ କରିଥିଲେ। ଅନୁରୂପ ଭାବେ ରହଣିଆ ମାଳଦା, ସରସଦା, ଦକ୍ଷିଣବାଡ଼, ବୟାବନାପୁର ପ୍ରମୁଖ ପଞ୍ଚାୟତ ପକ୍ଷରୁ ମଧ୍ୟ ଆଜି ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି।