ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦,୬୩୫ କୋଭିଡ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି ଆଉ ୧୦ ହଜାର ୬୩୫ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୨୭ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୯୩୬, ସୁନ୍ଦରଗଡ଼ରୁ ୮୩୦, ଯାଜପୁରରୁ ୭୫୪, ଅନୁଗୁଳରୁ ୫୦୩, ସମ୍ବଲପୁରରୁ ୪୯୪, ପୁରୀରୁ ୪୭୨, ଭଦ୍ରକରୁ ୪୪୨, ମୟୂରଭଞ୍ଜରୁ ୪୩୮, ବରଗଡ଼ରୁ ୩୯୫ ଓ ବାଲେଶ୍ୱରରୁ ୩୫୪ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଝାରସୁଗୁଡ଼ାରୁ ୩୪୦, ବଲାଙ୍ଗିରରୁ ୨୮୯, ନବରଙ୍ଗପୁରରୁ ୨୭୧, କୋରାପୁଟରୁ ୨୭୦, ନୟାଗଡ଼ରୁ ୨୬୫, ଢ଼େଙ୍କାନାଳରୁ ୨୬୩, ସୋନପୁରରୁ ୨୫୪, ଗଞ୍ଜାମରୁ ୨୪୨, ବୌଦ୍ଧରୁ ୨୪୧, ନୂଆପଡ଼ାରୁ ୨୧୮, ଜଗତସିଂହପୁରରୁ ୧୯୯, ରାୟଗଡ଼ାରୁ ୧୬୯, କେନ୍ଦୁଝରରୁ ୧୬୭, କେନ୍ଦ୍ରାପଡ଼ାରୁ ୧୫୩, କଳାହାଣ୍ଡିରୁ ୧୨୩, ଦେବଗଡ଼ରୁ ୧୦୬, କନ୍ଧମାଳରୁ ୮୧, ଗଜପତିରୁ ୭୦, ମାଲକାନଗିରିରୁ ୬୯ ଓ ଷ୍ଟେଟ ପୁଲରୁ ୨୦୦ ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ରାଜ୍ୟରେ ମୋଟ କୋଭିଡ ସୁସ୍ଥ ସଂଖ୍ୟା ୬ ଲକ୍ଷ ୨୩ ହଜାର ୬୨୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।