ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲାରେ ଚାଉଳ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଠିକାଦାର ହେମନ୍ତ ଚୌରାଶିଆ । ଏନେଇ ଶ୍ରୀ ଚୌରାଶିଆ ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲାପାଳ, ପିଡ଼ିଏସ ନିଗମ ସାଧାରଣ ପରିଚାଳକ ଓ ଯୋଗାଣ ବିଭାଗର ନିର୍ଦ୍ଦେଶକ ଭୁବନେଶ୍ୱରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଟେଣ୍ଡର ପ୍ରକ୍ରିୟାରେ ଅନେକ ଠିକାଦାର ଆଇଟି ରିଟର୍ଣ୍ଣ ଓ ଘୋଷଣାନାମା ୬ ଏ ଓ ୬ ବି କରି ନାହାନ୍ତି । ଟେଣ୍ଡର ପ୍ରକ୍ରିୟାରେ ଦରକାର ପଡୁଥିବା ଆବଶ୍ୟକ କାଗଜପତ୍ର ନଥିବା ସତ୍ତ୍ୱେ ସେମାନଙ୍କୁ କିପରି ଲଟେରୀରେ ସାମିଲ ହେବାକୁ ଅନୁମତି ଦିଆଗଲା ବୋଲି ଶ୍ରୀ ଚୌରାଶିଆ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀଙ୍କୁ ପଚାରିବାରୁ ନୂଆ କରି ଦାୟିତ୍ୱ ଗ୍ରହଣ କରିଛି । ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ୨ଥର ଟେଣ୍ଡର ଆହ୍ୱାନ କରାଯାଇଥିଲା । ଅଭିଯୋଗ ଉପରେ ତଦନ୍ତ କରିବେ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।