ନୂଆବର୍ଷରେ ଶିଳାନ୍ୟାସ ହେବ ମେଟ୍ରୋ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଜାନୁଆରୀ ୧ରେ ମେଟ୍ରୋ ରେଲ ଶିଳାନ୍ୟାସ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମେଟ୍ରୋ ରେଲ ଡିପିଆରକୁ ଅନୁମୋଦନ କରିଛନ୍ତି । ଏଥିପାଇଁ ୫,୯୨୯ କୋଟି ଟଙ୍କାର ମୋଟ ବ୍ୟୟବରାଦ ରାଜ୍ୟ ସରକାର ବହନ କରିବେ । ସପ୍ଲିମେଣ୍ଟାରୀ ବଜେଟରେ ୨୧୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଖୁବଶୀଘ୍ର କାମ ଆରମ୍ଭ କରି ୪ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।