ଆଉ ମାସେ ବଢ଼ିଲା ସ୍କୁଲ ଆଡମିସନ ଅବଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ସ୍କୁଲ ଆଡମିସନ ଅବଧି ଆଉ ମାସେ ବଢ଼ିଲା । ଜୁଲାଇ୧୫ ପର୍ଯ୍ୟନ୍ତ ଥିବା ଏହି ଆଡମିସନ ଅବଧିକୁ ବଢ଼ୁଥିବା କରୋନା ସକ୍ରମଣକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୫କୁ ବଢ଼ାଇ ଦିଆଯାଇଛି। ଏସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ବ୍ୟବସ୍ଥା କରିବାକୁ ଗଣଣିକ୍ଷା ବିଭାଗ ସବୁ ଜିଲ୍ଲାର ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ ଓ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି। ଏସମୟରେ ଯେପରି କୌଣସି ଛାତ୍ରଛାତ୍ରୀ ଆଡମିସନରୁ ବାଦ ପଡ଼ିବେନି ସେନେଇ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।