Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମେଘାଳୟରେ ସରକାର ଗଢିବେ କୋନରାଡ ସାଙ୍ଗମା, ଆସନ୍ତାକାଲି ନେବେ ଶପଥ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମେଘାଳୟରେ ସରକାର ଗଢିବେ କୋନରାଡ ସାଙ୍ଗମା, ଆସନ୍ତାକାଲି ନେବେ ଶପଥ

ସିଲଙ୍ଗ,ଏଜେନ୍ସି: ଆସନ୍ତାକାଲି(ମଙ୍ଗଳବାର) ଶପଥ ନେବେ କୋନରାଡ ସାଙ୍ଗମା । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗତ ମାର୍ଚ୍ଚ ୨ ତାରିଖରେ ଉତ୍ତରପୂର୍ବାଞ୍ଚଳରେ ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ନାଗାଲାଣ୍ଡ ଓ ତ୍ରିପୁରା ବିଜେପି ଦଖଲରେ ରହିଥିଲା ବେଳେ ମେଘାଳୟରେ ମୋଦି ମ୍ୟାଜିକ ଫିକା ପଡିଥିଲା । ସତ ହୋଇଥିଲା ଏକଜିଟ ପୋଲ ଆକଳନ ।

ମେଘାଳୟରେ ଝୁଲା ସରକାର ଗଠନ ହେବାକୁ ଯାଉଛି । ମେଘାଳୟ ଶାସନ କ୍ଷମତା ଦଖଲ ପାଇଁ ୩୧ଟି ଆସନ ଦରକାର ଥିବାବେଳେ କୌଣସି ଦଳ ଏହି ସଂଖ୍ୟା ହାସଲ କରି ପାରିନଥିଲେ । ଏନପିପିକୁ ୨୬ ଆସନ ମିଳିଥିଲେ ସୁଦ୍ଧା ସରକାର ଗଠନ କରିବାକୁ ତାହା ଯଥେଷ୍ଟ ନୁହେଁ । ତେଣୁ ଏନପିପି ମୁଖ୍ୟ କୋନରାଡ ସାଙ୍ଗମା ଅନ୍ୟ ଦଳ ସହ ମେଣ୍ଟ କରି ସରକାର ଗଠନ କରିବାକୁ ଯାଉଛନ୍ତି । ୟୁଡିପି ଓ ପିଡିଏଫ ସାଙ୍ଗମାଙ୍କୁ ସରକାର ଗଠନ ପାଇଁ ସମର୍ଥନ କରିଛନ୍ତି । ଆସନ୍ତାକାଲି (ମଙ୍ଗଳବାର) ଶପଥ ନେବେ କୋନରାଡ ସଙ୍ଗମା ।

ମେଘାଳୟ ବିଧାନସଭା ନିର୍ବାଚନରେ ୬୦ ଆସନରୁ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି ) ୨୬ ଆସନରେ ବିଜୟୀ ହୋଇଥିଲା । ମାତ୍ର ୨୬ ଆସନରେ ଜିତିବା ସରକାର ଗଠନ ପାଇଁ ଯଥେଷ୍ଟ ନଥିଲା । ଅନ୍ୟପଟେ ଗୋଟିଏ ବି ଦଳ ସରକାର ଗଠନ ପାଇଁ ଆବଶ୍ୟକ ଆସନ ସଂଖ୍ୟା ଛୁଇଁ ପାରି ନଥିଲେ । ଏହାପରେ ରାଜ୍ୟରେ କିଏ ସରକାର ଗଠନ କରିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଅନିଶ୍ଚିତତା ଭିତରେ ରାଜ୍ୟରେ ସରକାର ଗଠନ ଦୌଡରେ ଟିଏମସିର ମୁକୁଳ ସାଙ୍ଗମା ରହିଥିଲେ ମାତ୍ର କୋନରାଡ ସାଙ୍ଗମା ୟୁ଼ଡିପି ଓ ପିଡିଏଫର ସମର୍ଥନ ମିଳିବା ପରେ ରାଜ୍ୟରେ ସାଙ୍ଗମାଙ୍କ ଏନପିପି ଦଳ ସରକାର ଗଠନ କରିବାକୁ ଯାଉଛି । ଏନପିପିକୁ ୪୫ ବିଧାୟକଙ୍କ ସମର୍ଥନ ମିଳିଛି ।