ରାୟଗଡ଼ା,ଏନ୍ଏନ୍ଏସ୍: ଗୁଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବିରେ ସୋମବାର ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ରାସ୍ତାରୋକ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ବାଙ୍କୀ ଛକରେ ରାସ୍ତା ଅବରୋଧ ହୋଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ କର୍ମୀମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଘଟଣାସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି।
ରାସ୍ତାରୋକ ଯୋଗୁଁ ଗଞ୍ଜାମ ଓ ଗଜପତିକୁ ଯାତାୟାତ ଠପ୍ ହୋଇପଡିଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁର ୨୦ ଦିନ ପରେ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚିତ ହୋଇପାରି ନାହିଁ। ପରିବାର ଲୋକେ ଏହାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।
ଗତ ମାସ ୨୪ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଏକ ସଡ଼କ ଦୁର୍ଘଟଣାରେ ହୋଇଥିବା ଜଣାପଡ଼ିଛି। ରାୟଗଡ଼ାରୁ ଗୁଣୁପୁର ଫେରିବା ବେଳେ ରାମନାଗୁଡା ତାଣ୍ଡିକଣା ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଗମାଙ୍କମୃତ୍ୟୁସ୍ଥଳକୁ ଅନୁଧ୍ୟାନ କଲେ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି କଂଗ୍ରେସ କମିଟି ପକ୍ଷରୁ ନିରପେକ୍ଷ ତଦନ୍ତ ଦାବି ହୋଇଛି।