ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ନୂଆ ବନ୍ଧ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ଏକ ବନ୍ଦ ଘର ଭିତରୁ ୨ଜଣଙ୍କ ମୃତ ଘଟିଛି। ମୃତକ ମଧ୍ୟରେ ଜଣେ ବିବାହିତା ମହିଳା ଥିବା ବେଳେ ଅନ୍ୟ ଜଣେ ଯୁବକ। ଉଭୟ ସମ୍ପର୍କରେ ଦିଅର ଭାଉଜ ବୋଲି ଜଣାଯାଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି।
ମୃତଦେହ ନିକଟରେ କୀଟନାଶକ ଔଷଧ ପଡିଥିବାବେଳେ ପ୍ରେମ ଜନିତ କାରଣରୁ ଉଭୟ ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ମୃତକ ଦ୍ୱୟ ହେଉଛନ୍ତି ଗ୍ରାମର ଚନ୍ଦ୍ରଶେଖର ନାଏକଙ୍କ ସ୍ତ୍ରୀ ପୁଷ୍ପଲତା ନାଏକ(୨୫) ଏବଂ ସମ୍ପର୍କୀୟ ଦିଅର ଉକ୍ତ ଗ୍ରାମର ରାବଣ ନାଏକଙ୍କ ପୁଅ ସଞ୍ଜୟ ନାଏକ(୨୪)।