ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ରାହୁଲ ଗାନ୍ଧୀଙ୍କ କୋର୍ଟ ଦଣ୍ଡାଦେଶ ନେଇ କଂଗ୍ରେସ ନେତାମାନେ ସ୍ଥାନୀୟ କଂଗ୍ରେସ ଭବନରୁ ବିରାଟ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିବା ସହିତ ବିଜେପି ବିରୋଧରେ ସ୍ଲୋଗାନ ଦେଇଛନ୍ତି । ଦେଶରେ ଧୀରେ ଧୀରେ ବିଜେପି ବିରୋଧୀ ହ୍ୱାୱା ବହିବା ଆରମ୍ଭ ହୋଇଛି । କଂଗ୍ରେସ ସପକ୍ଷରେ ଜନମତ ବୃଦ୍ଧି ପାଇବା ସହ କଂଗ୍ରେସ ଦୃଢ଼ ସ୍ଥିତିକୁ ଫେରୁଛି । ସେଥିପାଇଁ ବିଜେପି ଭୟଭୀତ ଓ ଅସହିଷ୍ଣୁ ହୋଇ ଏଭଳି କାର୍ଯ୍ୟ କରିଥିବା କଂଗ୍ରେସ ନେତା କହିଛନ୍ତି । ଆଗାମୀ ଦିନରେ କଂଗ୍ରେସ କର୍ମୀ ଜେଲ ଭୋର ଆନ୍ଦୋଳନ କରିବେ ବୋଲି କଂଗ୍ରେସ ନେତା ଚେତାବନୀ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ସଦନ ନାୟକ, ଏଆଇସିସି ସଭ୍ୟା ମନସା ତ୍ରିପାଠୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ୱାରିକା ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ବୃନ୍ଦାବନ ତ୍ରିପାଠୀ, ଦିଲ୍ଲୀପ ବେହେରା, ପ୍ରଦୀପ ସାହୁ ଓ ଦିବାକର ପୂଜାରୀଙ୍କ ସମେତ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରସର ନେତା ଓ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।