ସକାଳ ସାଢ଼େ ୭ରୁ ମିଳିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ,ଏନ୍ଏନ୍ଏସ୍: ଆସନ୍ତା ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିଯିବ। ଏହାପୂର୍ବରୁ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ବିଶେଷ ସୂଚନା ପ୍ରଦାନ କରିଛନ୍ତି। ଆସନ୍ତା ୩ ତାରିଖରୁ ସାଧାରଣ ଦର୍ଶନାର୍ଥୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସେମାନଙ୍କୁ ସକାଳ ସାଢ଼େ ୭ଟାରୁ ରାତି ପାହୁଡ଼ ଯାଏ ଦର୍ଶନ ସୁଯୋଗ ମିଳିବ। ଏଥିସହିତ ଆସନ୍ତା ୨୫ରୁ ୩୧ ଯାଏଁ ପୁରୀବାସୀଙ୍କୁ ଦର୍ଶନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ସହରବାସୀଙ୍କ ଦର୍ଶନ ପାଇଁ ୱାର୍ଡର୍ୱାରୀ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି କେଉଁ ଦିନ କେଉଁ ୱାର୍ଡ ତାହା ନିର୍ଦ୍ଧାରଣ କରାଯିବ। ଯେଉଁ ୱାର୍ଡ ଯେଉଁ ଦିନ ଦର୍ଶନ କରିବ ସେମାନଙ୍କୁ ଟୋକନ ଦିଆଯିବ। ଦର୍ଶନ ପାଇଁ ପ୍ରତ୍ୟେକ ଦିନ ସାଢ଼େ ୪ ଘଣ୍ଟା ଦିଆଯିବ। ଆଧାର କାର୍ଡ ଓ ଟୋକନ ଦେଖାଇବା ପରେ ପ୍ରବେଶ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି।