ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥିପତ୍ର ଦାଖଲ

ପୁରୀ,ଏନ୍ଏନ୍ଏସ୍: ଆଜି ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋଭିଡ ସମୟ ଯୋଗୁଁ ଅଳ୍ପ ସଂଖ୍ୟକ ସମର୍ଥକଙ୍କୁ ନେଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ, ପ୍ରଦୀପ୍ତ ମାଝୀ, ବିଜୟ ଲକ୍ଷ୍ମୀ ସାହୁ, ଅମିୟ ଦାସଙ୍କ ସହ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଶ୍ୱକେଶନ ହରିଚନ୍ଦନ। ଆସନ୍ତା ମେ’ ୧୬ରେ ଉପନିର୍ବାଚନ ହେବ। ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନା ମୃତ୍ୟୁ ପରେ ଉପ ନିର୍ବାଚନ ସ୍ଥଗିତ ରହିଥିଲା। ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ କ୍ରମେ କେବଳ କଂଗ୍ରେସ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହୋଇଛି। ଅନ୍ୟ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାୟମ ରହିଛି।