ହାଜତ ମୃତ୍ୟୁ ଘଟଣା: କଂଗ୍ରେସର ୧୨ ଘଣ୍ଟିଆ ବିରମିତ୍ରପୁର ବନ୍ଦ ଡାକରା

ରାଉରକେଲା,ଏନ୍ଏନ୍ଏସ୍: ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ହାଜତ ମୃତ୍ୟୁ ଘଟଣାରେ ବିରମିତ୍ରପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଜିଲ୍ଲା କଂଗ୍ରେସ ସଭାପତି ଜଜ୍ ତୀର୍କିଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ ଚାଲିଛି। ଏହି ବନ୍ଦରେ ବିରମିତ୍ରପୁର ଅଞ୍ଚଳର ଦୋକାନ ବଜାର ବନ୍ଦ ରହିବା ସହିତ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

ବିରମିତ୍ରପୁର ହାଜତ ମୃତ୍ୟୁ ଘଟଣାକୁ ୧୩ ଦିନ ବିତିଥିଲେ ମଧ୍ୟ ଏଯାଏ ଘଟଣାରେ କାହାକୁ ବି ଗିରଫ କରାଯାଇ ନାହିଁ। ଜାତୀୟ ମାନବାଧିକାର କମିସନଙ୍କ ଗାଇଡଲାଇନ ଅନୁଯାୟୀ ତଦନ୍ତ ଚାଲିଛି। ତେବେ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରି କଂଗ୍ରେସ ଏହି ବନ୍ଦ ଡାକରା ଦେଇଛି।