ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଲାଙ୍ଗିର ଟିଟିଲାଗଡ଼ ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ ହୋଇଛି। ଏନେଇ ଏକକାଳୀନ ୩ଟି ସ୍ଥାନରେ ରେଡ ହୋଇଛି। ଟିଟିଲାଗଡ଼ ହାଟପଦା ସ୍ଥିତ ଘର, ମୁରିବାହାଲ ରେଞ୍ଜ ଅଫିସ ଓ ବେଲପଦର ଫାର୍ମ ହାଉସରେ ରେଡ ହୋଇଛି। ରେଡ ଶେଷ ପରେ ଏବାବଦରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ କର୍ମଚାରୀଙ୍କ କହିଛନ୍ତି।