୧୧ ଜିଲ୍ଲାରେ ଯୁବ କଂଗ୍ରେସର ନୂଆ ସଭାପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୧୧ଟି ଜିଲ୍ଲାରେ ଯୁବ କଂଗ୍ରେସ ସଭାପତିଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ଏହି ସଭାପତିଙ୍କୁ ନିଯୁକ୍ତ ଦେବା ସହ ଯୁବ କଂଗ୍ରେସର ମିଡିଆ ଟିମ୍ ଏବଂ ଲିଗାଲ ଟିମର ମଧ୍ୟ ପୁନର୍ଗଠନ କରିଛନ୍ତି। ନୂଆ ନିଯୁକ୍ତି ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ ଅଂଶୁମାନ ଦାସଙ୍କୁ ଯୁବ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ମିଳିଥିବା ବେଳେ ବୌଦ୍ଧରେ ମହେଶ୍ୱର ପ୍ରଧାନ, କେନ୍ଦୁଝରରେ ସୁନେଶ କୁମାର ଧୀରଙ୍କୁ ନିଯୁକ୍ତି ମିଳିଛି। ସେହିପରି ଭୁବନେଶ୍ୱରରେ ରଞ୍ଜିତ ପାତ୍ର, ଖୋର୍ଦ୍ଧାରେ ସ୍ୱାଗତ କର, କନ୍ଧମାଳରେ ବସନ୍ତ କୁମାର ପାଢ଼ୀ, ଦେବଗଡ଼ରେ ଅମିତ କୁମାର ରଣଜିତ, ପୁରୀରେ ପ୍ରେମଜିତ୍ ମହାନ୍ତି, ବାଲେଶ୍ୱରରେ ରଞ୍ଜନ କୁମାର ଦାସ, ରାୟଗଡ଼ାରେ ପ୍ରଦୀପ କୁମାର ସାହୁ ଏବଂ ବରଗଡ଼ରେ ଦୁଇଜଣ କାର୍ଯ୍ୟକାରୀ ସଭାପତି ଭାବେ ସୁଶାନ୍ତ ସାହୁ ଓ ଅଭିଷେକ ସେଠ୍ ଦାୟିତ୍ୱ ତୁଲାଇବେ। ଏପଟେ ୭ ଜଣଙ୍କୁ ଯୁବ କଂଗ୍ରେସର ମୁଖପାତ୍ର ଭାବେ ଦାୟିତ୍ୱ ମିଳିଥିବା ବେଳେ ନଳିନୀକାନ୍ତ ନାୟକ ଗଣମାଧ୍ୟମ ସଂଯୋଜକ ଭାବେ ଦାୟିତ୍ୱ ଲୁଲାଇବେ। ମୁଖପାତ୍ର ଭାବେ ନିଯୁକ୍ତି ପାଇଥିବା ନେତାମାନେ ହେଲେ ମାନସ ରଞ୍ଜନ କର, ଅଜୟ କୁମାର ସାହୁ, ଅମ୍ରିତା ଦାସ, ବୀରେନ୍ଦ୍ର ବାଗ, ଶ୍ରୀଜିତ ମହାପାତ୍ର ଓ ସୁମିତ୍ରା ଜେନା।