ବିଜେଡି ଉପରେ ବର୍ଷିଲେ ନିରଞ୍ଜନ

କୁଆଁପାଳ , ଏନ୍ଏନ୍ଏସ୍: ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ନୃତାଙ୍ଗ ଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡି ଉପରେ ବର୍ଷିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ନିରଞ୍ଜନ ପ୍ରଶ୍ନ ଉଠାଇଥିଲା ବେଳେ ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ଅପରାଧୀଙ୍କୁ ଗିରଫ କରିବାକୁ ସେ ଦାବିକରିଛନ୍ତି। ହତ୍ୟାକାରୀଙ୍କ ସହ ଶାସକଦଳର ଲିଙ୍କ୍ ଥିବାରୁ ପୁଲିସ ସଠିକ୍ ତଦନ୍ତ କରୁନଥିବା ଅଭିଯୋଗ କରିଛନ୍ତି।

ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବଡ଼ଚଣାର କଂଗ୍ରେସ ନେତା ଅଜୟ ସାମଲ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଆଡଭୋକେଟ୍ ଧରଣୀଧର ନାୟକ, କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ,ପିସିସିର ପୂର୍ବତନ ମୁଖପାତ୍ର ଜ୍ଞାନେନ୍ଦ୍ର ବେଉରା, ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡ଼ା, ପିସିସିର ପୂର୍ବତନ ସମ୍ପାଦକ ପଦ୍ମାକର ଗୁରୁ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସରଂଜନ ଚୌଧୁରୀ, ମାହାଙ୍ଗାର କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ରମାକାନ୍ତ ବେହେରା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଓଡ଼ିଶାରେ ବିଜେଡି ଓ ବିଜେପି ଭିତିରି ବୁଝାମଣାରେ ଥିବା ଅଭିଯୋଗ କରିଛନ୍ତି ନିରଞ୍ଜନ। କାର୍ଯ୍ୟକ୍ରମରେ ଦଳର ବହୁ ସମର୍ଥକ ଉପସ୍ଥିତ ରହିଥିଲେ।