ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଝାରବନ୍ଧ ଡିଗ୍ରୀ କଲେଜର ଛାତ୍ର ଅଲେଖ ସଗରିଆ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜନରାଜ୍ୟ ଦିବସ ପ୍ୟାରେଡରେ ସାମିଲ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଅଲେଖ ଦିଲ୍ଲୀରୁ ଫେରିବା ପରେ ଝାରବନ୍ଧଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଝାରବନ୍ଧ ଚାନ୍ଦନୀ ଚୌକରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଅଲେଖଙ୍କ ପିତା,ମାତା ଭରତ ସଗରିଆ ଓ ଶକୁନ୍ତଳା ସଗରିଆଙ୍କ ସମେତ ସରପଞ୍ଚ ଧନମତି ପାଣ୍ଡେ, ଜିଲ୍ଲା ପରିଷଦ ସଦସ୍ୟା କୁମୁଦିନୀ ସାହୁ, କଲେଜର ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା, ପ୍ରୋଗାମ ଅଫିସର ଅଧ୍ୟାପକ ସାର୍ତ୍ତିକ ସାହୁ, ଯାଦବ ସମାଜର ଦିବ୍ୟକିଶୋର ପାଣ୍ଡେ, ଟିକୁ ବନଛୋର, ଉମେଶ ବନଛୋର, ଶୁଭେନ୍ଦୁ ସାହୁ , ଜୟ ନିଗମ ଏବଂ ଅଞ୍ଚଳବାସୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।