ସୋହେଲାରେ ଯବାନ ସଞ୍ଜୟଙ୍କୁ ସମ୍ବର୍ଦ୍ଧନା

ସୋହେଲା,ଏନ୍ଏନ୍ଏସ୍: ଭାରତୀୟ ସେନାରୁ ଅବସର ନେଇ ଜନ୍ମମାଟିକୁ ଫେରିଥିବା ଯବାନ ସଞ୍ଜୟ କାଣ୍ଡଙ୍କୁ ସୋହେଲାଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସୋହେଲାର ହୋଟେଲ ବ୍ୟବସାୟୀ ଶୁକ୍ର କାଣ୍ଡଙ୍କ ଦ୍ୱିତୀୟ ପୁତ୍ର ସଞ୍ଜୟ ଭାରତୀୟ ସେନାରେ ୧୭ ବର୍ଷ ସେବା କରି ଅବସର ନେଇଛନ୍ତି। ଜନ୍ମମାଟିକୁ ଫେରିବାପରେ ସୋହେଲା ଛକରୁ ତାଙ୍କୁ ସହର ପରିକ୍ରମା ପୂର୍ବକ ଘରକୁ ନିଆଯାଇଥିଲା । ଶୋଭାଯାତ୍ରାରେ ତ୍ରିରଙ୍ଗା ସଜ୍ଜିତ କରାଯାଇଥିବା ବେଳେ ପ୍ରଥମେ ସେ ମାଆ ଦୁର୍ଗାଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ସୋହେଲା ଯାଦବ ସମାଜ, ଜୟଦୁର୍ଗା ଆସୋସିଏନ, ଜୀବନ ଆଶା କ୍ଲବ୍ ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ସାମିଲ ହୋଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।