ଓଡ଼ିଶା ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ବିଜୟକୃଷ୍ଣ ପଟେଲ୍

ଭୁବନେଶ୍ୱର , ଏନ୍ଏନ୍ଏସ୍: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ଜଷ୍ଟିସ୍ ବିଜୟକୃଷ୍ଣ ପଟେଲ ରାଜ୍ୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ମାନବାଧିକାର କମିଶନର ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ୍ ବିପି ଦାସଙ୍କ ଅବସର ପରେ ଏହି ପଦବୀ ଖାଲି ପଡିଥିଲା । ଆଜି ଜଷ୍ଟିସ୍ ବିଜୟକୃଷ୍ଣ ପଟେଲ୍ ଏହି ପଦବୀରେ ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଜଷ୍ଟିସ୍ ବିଜୟକୃଷ୍ଣ ପଟେଲ ୨୦୦୮ ରୁ ୨୦୧୫ ଯାଏଁ ଓଡ଼ିଶାର ବିଚାରପତି ଭାବରେ କାର୍ଯ୍ୟରତ ଥିଲେ ।