ଚୀନ ଖେଳାଳିଙ୍କୁ ପରାସ୍ତ କରି ପଦକ ସୁନିଶ୍ଚିତ କଲେ ପିଭି ସିନ୍ଧୁ

ମନିଲା,ଏଜେନ୍ସି: ପିଭି ସିନ୍ଧୁ ଚୀନର ବିଙ୍ଗ ଜିୟାଓଙ୍କ ଉପରେ ବିଜୟ ହାସଲ କରିବା ସହିତ ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନଶିପର ମହିଳା ଏକକ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏହି ବିଜୟର ସହିତ ସିନ୍ଧୁ ମହାଦ୍ୱିପୀୟ ଚାମ୍ପିଅନଶିପରେ ନିଜ ପାଇଁ ଏକ ପଦକ ସୁନିଶ୍ଚିତ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ କୋଭିଡ ମହାମାରୀ କାରଣରୁ ୨ ବର୍ଷର ବ୍ୟବଧାନରେ ଖେଳାଯାଉଛି । ୨୦୧୪ରେ ଗିମଚିୟୋନ ପର୍ଯ୍ୟାୟରେ ସିନ୍ଧୁ କାଂସ୍ୟ ପଦକ ଜିତିଥିଲେ ।

ସିନ୍ଧୁ ୧ ଘଣ୍ଟା ୧୬ ମିନିଟ ପର୍ଯ୍ୟନ୍ତ ଚାଲିଥିବା କ୍ୱାର୍ଟର ଫାଇନାଲରେ ୫ମ ୱରିୟତା ପ୍ରାପ୍ତ ଖେଳାଳିକୁ ୨୧-୯, ୧୩-୨୧, ୨୧-୧୯ରେ ପରାଜିତ କରିଛନ୍ତି । ବିଶ୍ୱର ୭ ନମ୍ବର ଖେଳାଳି ସିନ୍ଧୁଙ୍କ ଏହି ମ୍ୟାଚ ପୂର୍ବରୁ ବିଙ୍ଗ ଜିୟାଓଙ୍କ ବିରୋଧରେ ବିଜୟ ରେକର୍ଡ ୭-୯ ଥିଲା । ସେ ପୂର୍ବରୁ ୨ଟି ମୁକାବିଲାରେ ହରାଇ ସାରିଥିଲେ ।

ସିନ୍ଧୁ ପ୍ରଥମ ଗେମରେ ବିନା ସମୟ ନଷ୍ଟ କରି ୧୧-୨ରେ ଆଗୁଆ ଥିଲେ । ପରେ ସଫଳ ଅଭିଯାନ ଜାରି ରଖି ମ୍ୟାଚରେ ୧-୦ରେ ଅଗ୍ରଣୀ ରହିଥିଲେ । ବିଙ୍ଗ ଜିୟାଓ କିନ୍ତୁ ୨ୟ ଗେମରେ ଭଳ ପ୍ରଦର୍ଶନ କରିଥିଲେ ଏବଂ ୬-୪ରେ ଆଗୁଆକୁ ୧୧-୧୦ ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ବ୍ରେକ ପରେ ଚୀନର ଖେଳାଳି ୧୯-୧୨ ବଢ଼ାଇ ମ୍ୟାଚକୁ ୧-୧ରେ ଡ୍ର କରିଥିଲେ । ନିର୍ଣ୍ଣାୟକ ଗେମ ପର୍ଯ୍ୟନ୍ତ ଖେଳ ୨-୨ରେ ଥିଲା । ସିନ୍ଧୁ ନିଜର କ୍ରସ-କୋର୍ଟ ରସ୍ମେଶରେ ପଏଣ୍ଟ ବଢ଼ାଇଲେ ଏବଂ ବ୍ରେକ ପରେ ୧୧-୫ ଆଗୁଆ ହୋଇଗଲେ ।