ପୁଲିସ ଉପରକୁ ବୋମା ମାଡ଼; କନଷ୍ଟେବଳ ଆହତ

ଆଠଗଡ଼,ଏନ୍ଏନ୍ଏସ୍: ଖୁଣ୍ଟୁଣୀ ଥାନା ଡାଳଭାଗ ଗାଁରେ ପୁଲିସ ଉପରକୁ ବୋମା ମାଡ଼ ହୋଇଛି। ଏଥିରେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି। ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ୍ ସଂଯୋଗ ବେଳେ ଉତ୍ତେଜନା ଦେଖାଦେଇଥିଲା।
ସୂଚନା ଅନୁସାରେ ଉକ୍ତ ଅଞ୍ଚଳରେ ଏକ ନୂଆ ସିମେଣ୍ଟ କାରଖାନା ହୋଇଥିବା ବେଳେ ଆଜି ସେଠାକୁ ଟାୱାର ବିଦ୍ୟୁତ୍ ଲାଇନ ସଂଯୋଗ ହେଉଥିଲା। ଏହି ଟାୱାର ଲାଇନ ଟଣା ହେଉଥିବା ବେଳେ ଯାହାଙ୍କ ଜମି ଉପର ଦେଇ ଲାଇନ ଯାଉଥିଲା ସେମାନେ ଅଧିକ ପରିମାଣର କ୍ଷତିପୂରଣ ମାଗିଥିଲେ। କ୍ଷତିପୂରଣ ନ ଦେଇ ଲାଇନ ତାର ଟଣାଯାଉଥିବାରୁ ଚାପାଉତ୍ତେଜନା ଦେଖାଦେଇଥିଲା।

ଆଜି ପୁଲିସ ଉପସ୍ଥିତିରେ ତାର ଟଣା ହେଉଥିଲା। ଏହି ସମୟରେ ପୁଲିସ ଉପରକୁ ବୋମା ମାଡ଼ ହୋଇଥିଲା। ବୋମା ମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି। ଏଥିରେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି। ପରେ ଘଟଣାସ୍ଥଳରେ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବା ସହିତ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ପହଞ୍ଚିଛନ୍ତି।