ଧୋନୀ ଭାରତୀୟ ଟିମର ମେଣ୍ଟର ହେବା ପରେ ଦାୟର ହେଲା ମାମଲା

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଦୁବାଇରେ ହେବାକୁ ଥିବା ଟି-ଟ୍ୱୋଣ୍ଟି ବିଶ୍ୱକପ ଲାଗି ଭାରତୀୟ ଦଳର ମେଣ୍ଟର ରୂପେ ନିଯୁକ୍ତ କରାଯାଇଛି। ଭାରତୀୟ କ୍ରିକେଟ ବୋର୍ଡର ଏହି ପଦକ୍ଷେପକୁ ନେଇ କେବଳ ଧୋନୀଙ୍କ ଫ୍ୟାନ ନୁହଁନ୍ତି ବରଂ ପୂର୍ବତନ ଖେଳାଳୀମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି। ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲୀ ମଧ୍ୟ ଖୁସି ଜାହିର କରିଛନ୍ତି। କିନ୍ତୁ ଏବେ ଏହି ନିଯୁକ୍ତି ଏକ ନୂଆ ମୋଡ଼ ନେଇଛି। କାରଣ ଧୋନୀଙ୍କ ନିଯୁକ୍ତି ବିରୋଧରେ ଏକ ମାମଲା ଦାୟର ହୋଇଛି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ କ୍ରିକେଟ ସଂଘର ପୂର୍ବତନ ସଦସ୍ୟ ସଞ୍ଜୀବ ଗୁପ୍ତା ଧୋନୀଙ୍କ ନିଯୁକ୍ତିକୁ ନିୟମ ଉଲ୍ଲଂଘନ ଦର୍ଶାଇ ଶୀର୍ଷ ପରିଷଦର ସଦସ୍ୟଙ୍କୁ ଚିଠି ଲେଖିଛନ୍ତି। ଜଣେ ବ୍ୟକ୍ତି ୨ଟି ପଦରେ ରହିବା ହେଉଛି ନିୟମ ଉଲ୍ଲଂଘନ। ଧୋନୀ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ସହ ରାଷ୍ଟ୍ରୀୟ ଟିମର ମେଣ୍ଟର ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୁପ୍ତା ପୂର୍ବରୁ ମଧ୍ୟ ଅନେକ ଖେଳାଳି ଓ ବିସିସିଆଇ ବିରୋଧରେ ଅନେକ ମାମଲା ଦାୟର କରିଛନ୍ତି।