କେନ୍ଦୁପତ୍ର ତୋଳାଳୀଙ୍କୁ ଅନୁକମ୍ପା ରାଶି ପ୍ରଦାନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଗୌଡ଼ପାଲିଠାରେ କେନ୍ଦୁପତ୍ର ବିଭାଗରେ କାମ କରୁଥିବା ସମୟରେ ମୃତ୍ୟୁବରଣ କରିଥିବା କେତେକ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଆ କେନ୍ଦୁପତ୍ର ବିଭାଗର ମୁଖ୍ୟ ବନସଂରକ୍ଷକ ସୁଶୀଲ କୁମାର ପୋପାଲି, ସହକାରୀ ମୁଖ୍ୟ ବନସଂରକ୍ଷକ ପ୍ରଦୀପ୍ତ କୁମାର ମହାପାତ୍ର ଓ ପାଟଣାଗଡ଼ ଡିବିଜନର ଡିଏଫଓ ସୁରେଶ ଚନ୍ଦ୍ର ସେଠୀ ଯୋଗ ଦେଇଥିଲେ । ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନରେ ୨୬ଜଣଙ୍କୁ ଚିହ୍ନଟ କରି ପ୍ରଥମ ପର୍ଯ୍ୟାୟରେ ୧୦ଜଣଙ୍କୁ ମୁଖ୍ୟ ବନସଂରକ୍ଷକ ସୁଶୀଲ କୁମାର ପୋପାଲି ଚେକ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡିଭିଜନର ଜଗନ୍ନାଥ ଦାସ, ଫରେଷ୍ଟର ଅଜିତ ମେହେର, ହରିବଂଶ ପ୍ରଧାନ, ଜଳି ରଣା ଓ ସୁଦାମ ମିର୍ଧା ପ୍ରମୁଖ ଯୋଗ ଦେଇଥିଲେ ।