ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଲୋନ ବଲସରେ ଇତିହାସ ରଚିଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୪ର୍ଥ ଦିନରେ ଲୋନ ବଲସରେ ଭାରତୀୟ ମହିଳା ଟିମ୍ ଇତିହାସ ରଚିଛି । ଭାରତୀୟ ଟିମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ପାଇଁ ସେମିଫାଇନାଲରେ ଜିତି ଫାଇନାଲକୁ ପ୍ରବେଶ କରିଛି । ଆଜିର ମ୍ୟାଚରେ ଭାରତୀୟ ଟିମ୍ ଜବରଦସ୍ତ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ ୧୬-୧୩ରେ ହରାଇ ଦେଇଛି । ଏହି ବିଜୟୀ ଟିମରେ ଲଭଲୀ ଚୌବେ, ପିଙ୍କି, ନୟନମୌନୀ ଓ ରୂପା ରାନୀ ସାମିଲ ରହିଛନ୍ତି । ଆସନ୍ତାକାଲି ହେବାକୁ ଥିବା ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣଆଫ୍ରିକାକୁ ଭେଟିବ ।

ସୂଚନାଯୋଗ୍ୟ, ଭାରତ ପଦକ ତାଲିକାରେ ଏବେ ଷଷ୍ଠ ସ୍ଥାନରେ ରହିଛି । ଭାରତ ବର୍ତ୍ତମାନ ସୁଦ୍ଧା ମୋଟ ୬ଟି ପଦକ ଜିତିଛି । ସେଥିମଧ୍ୟରୁ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ସାମିଲ ରହିଛି ।