ହ୍ରାସ ପାଇଲା ଏଲପିଜି ଦର, କମର୍ସିଆଲ ସିଲିଣ୍ଡର ଦର ଏତିକି ଟଙ୍କା

ନୂଆଦିଲ୍ଲୀ,ଏଜେନ୍ସି: କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ହ୍ରାସ ପାଇଛି । ଦରବୃଦ୍ଧି ସମୟରେ ଏହା ଲୋକଙ୍କୁ ଆଶ୍ଚସ୍ତି ପ୍ରଦାନ କରୁଛି । ଆଜି (ଅଗଷ୍ଟ ୧)ରୁ କମର୍ସିଆଲ ସିଲିଣ୍ଡର ପିଛା ୩୬ ଟଙ୍କା ହ୍ରାସ ପାଇଛି । ଅଗଷ୍ଟ ମଙ୍କସର ପ୍ରଥମ ଦିନ ଲୋକଙ୍କୁ ଖୁସି ଖବର ମିଳିଛି । ୧୯କିଲୋ କମର୍ସିଆଲ ସିଲିଣ୍ଡରରେ ଦିଲ୍ଲୀରେ ୨୦୧୨.୫୦ ଟଙ୍କା ସ୍ଥାନରେ ୧୯୭୬.୫୦ ଟଙ୍କା ରହିବ । କୋଲକାତାରେ ଏହାର ଦର ୨୧୩୨.୦୦ ଟଙ୍କା ବଦଳରେ ଗ୍ରାହକଙ୍କୁ ୨୦୯୫.୫୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ମୁମ୍ବାଇରେ କମର୍ସିଆଲ ସିଲିଣ୍ଡର କିଣିବାକୁ ହେଲେ ୧୯୩୬.୫୦ ଟଙ୍କା ଓ ଚେନ୍ନାଇରେ ୨୧୪୧ଟଙ୍କା ରହିଛି ।

ମାତ୍ର ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ନାହିଁ । ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ଦର ୧୦୫୩ ଟଙ୍କା ରହିଛି । କୋଲକାତାରେ ଏହାର ଦର ୧୦୭୯ ଥିବା ବେଳେ ମୁମ୍ବାଇରେ ୧୦୫୨ ଓ ଚେନ୍ନାଇରେ ୧୦୬୮ ଟଙ୍କା ଅଛି । ସୂଚନାଯୋଗ୍ୟ ଗତ ଜୁଲାଇ ମାସରେ କମର୍ସିଆଲ ସିଲିଣ୍ଡରର ଦର ୮.୫୦ ଟଙ୍କା କମିଥିଲା । ଅପରପକ୍ଷେ ଜୁଲାଇ ୬ ତାରିଖରେ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିଲା ।