ପାକିସ୍ତାନରେ ରାଜନୈତି ସଂକଟ ନେଇ ଭାରତ ଦେଲା ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ଗତ କିଛି ଦିନ ହେଲା ରାଜନୈତିକ ସଂକଟ ଦେଖାଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଉପରେ ମାନସିକ ଚାପ ପଡୁଛି। ପାକିସ୍ତାନର ସୁପ୍ରିକକୋର୍ଟ ନ୍ୟାଶନାଲ ଆସେମ୍ବଲିର ଉପବାଚସ୍ପତିଙ୍କ ଅନାସ୍ଥା ପ୍ରସ୍ତାବ ଖାରଜ କରିବା ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି। ଇମ୍ରାନ୍‌ ଖାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ। ଏହାରି ମଧ୍ୟରେ ଭାରତ ନିଜର ପ୍ରତିକ୍ରିୟା ଦେଇଛି। ପାକିସ୍ତାନର ରାଜନୈତିକ ସଂକଟକୁ ଆନ୍ତରିକ ମାମଲା କହି ଏହାରି ଉପରେ କିଛି କହିବାକୁ ଚାହିଁନାହିଁ ଭାରତ।

ଭାରତୀୟ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି ଯେ, ଏହା ପାକିସ୍ତାନର ଆନ୍ତରିକ ମାମଲା। ଆମେ ଏହାରି ଉପରେ କୌଣସି ଜବାବ ଦେବାକୁ ଚାହୁଁନାହୁଁ। କିନ୍ତୁ ଆମେ ସ୍ଥିତି ଉପରେ ନଜର ରଖିଛୁ। ବାଗଚୀଙ୍କୁ ଇସଲାମାବାଦ୍‌ରେ ଚାଲିଥିବା ରାଜନୈତିକ ସଂକଟ ନେଇ ଗଣମାଧ୍ୟମ ତରଫରୁ ପ୍ରଶ୍ନ ପଚରାଯାଇଥିଲା।

ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ନ୍ୟାଶନାଲ ଆସେମ୍ବଲିର ଉପବାଚସ୍ପତି ଏହି ଆର୍ଟିକିଲ ଏହାକୁ ଖାରଜ କରିଦେଇଥିଲେ। ଏହା ପରେ ଇମ୍ରାନ ଖାନ ରାଷ୍ଟ୍ରପତିଙ୍କୁ ସଂସଦ ଭଙ୍ଗ କରିବାକୁ ସୁପାରିଶ କରିଥିଲେ। ରାଷ୍ଟ୍ରପତି ସଂସଦକୁ ଭଙ୍ଗ କରିଦେଇଥିଲେ। ଏହା ପରେ ରାଷ୍ଟ୍ରପତି ପାକିସ୍ତାନରେ କେୟାରଟେକର ସରକାର କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଥିଲେ। କୋର୍ଟ ଇମ୍ରାନ୍‌ଙ୍କୁ ଝଟକା ଦେବା ସହିତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରିବାକୁ କହିଥିଲେ।