ଧୁଙ୍ଗିଆମୁଣ୍ଡାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ପଞ୍ଚାୟତର ଧୁଙ୍ଗିଆମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁୁଶାନ୍ତ କୁମାର ସିଂ, ଜିଲ୍ଲା ଆରକ୍ଷୀ ଅଧିକାରୀ ନିତିନ କୁୁଶଳକର ଡାଗୁଡୁ, ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ଓ ବିଡିଓ ଭିକ୍ଟର ସୋରେନ ପ୍ରମୁଖ ମଞ୍ଚାସୀନ ଥିଲେ । ମୋଟ ୭୦ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବାବେଳେ ତତ୍କାଳ ୮ଟି ସମାଧାନ କରାଯାଇଥିଲା ଓ ଅନ୍ୟ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରଦୀପ କୁମାର ଗୁରୁ, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ନବକିଶୋର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସନ୍ଥଲାଲ ଦୀପ, ଅଲେଖ ବିଶ୍ୱାଳ, ପୂର୍ତ୍ତ ବିଭାଗ ଅଧିକାରୀ ଇଂ ଅର୍ଜୁନ ବେହେରା, ତହସିଲଦାର, ସିଡିପିଓ, ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ, ବ୍ଲକ ଯୋଗାଣ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ତେଲେନପାଲି ସରପଞ୍ଚ ଶକୁନ୍ତଳା ବେହେରା, ପିଇଓ ବେଲପଡ଼ା ସ୍ୱାସ୍ଥ୍ୟ ଅଧିକାରୀ ରବିନ୍ଦ୍ର ମେହେର, ପାଟପଣାଗଡ଼ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା, ବେଲପଡ଼ା ଥାନାଧିକାରୀ ବୁଲୁ ମୁଣ୍ଡାଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । କାର୍ଯ୍ୟକ୍ରମ ପରେ ଆୟୋଜିତ ଜନସେବା ପ୍ରଦର୍ଶନୀ ସ୍ଥଳ ବୁଲିବା ସହ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାର ଜମି ପଟ୍ଟା, ନିର୍ମାଣ ଶ୍ରମିକ ବିମା ସହାୟତା, ପୃଷ୍ଟି ବଗିଚା ଚାରା ଓ ବିହନ କୀଟ ପ୍ରଦାନ କରାଯାଇଥିଲା ।