ହଜାରେ କୋଟି ଛୁଇଁବ ଶାହରୁଖଙ୍କ ଫିଲ୍ମ

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଇତିହାସ ରଚିବାକୁ ଯାଉଛି । ଫିଲ୍ମଟି ଖୁବଶୀଘ୍ର ୧୦୦୦ କୋଟି ବ୍ଲବରେ ସାମିଲ ହେବାକୁ ଯାଉଛି । ଫିଲ୍ମଟି ସମଗ୍ର ଦେଶରେ ୬୧୫ କୋଟି ଟଙ୍କା ରୋଜଗାର କରିଛି । ଅନ୍ୟପଟେ ବିଶ୍ୱସ୍ତରରେ ଫିଲ୍ମଟି ୯୯୮ କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି । ଏହା ଭାରରତର ପ୍ରଥମ ଫିଲ୍ମ ଯାହାକି ଚୀନରେ ରିଲିଜ ନ ହେବା ସତ୍ୱେ ୧୦୦୦ କୋଟି ଟଙ୍କା ଛୁଇଁବାକୁ ଯାଉଛି ।

ସୂଚନାଯୋଗ୍ୟ, ଶାହରୁଖ ଖାନ ପାଖାପାଖି ୪ ବର୍ଷ ପରେ ଫିଲ୍ମ ‘ପଠାନ’ ଜରିଆରେ ବଡ଼ ପରଦାକୁ ଫେରିଛନ୍ତି । ଜାନୁଆରୀ ୨୫ରେ ରିଲିଜ ହୋଇଥିବା ଶାହରୁଖଙ୍କ ଫିଲ୍ମ ସମଗ୍ର ବିଶ୍ୱବାସୀଙ୍କ ମନ ଜିଣିବାରେ ସଫଳ ହୋଇଛି । ଶାହରୁଖ ଫିଲ୍ମ ସମ୍ବନ୍ଧରେ ଘୋଷଣା କରିବା ପରଠୁ ହିଁ ବିବାଦ ପିଛା ଛାଡ଼ି ନଥିଲା । କିନ୍ତୁ ସିନେମା ଘରେ ଦର୍ଶକ ଫିଲ୍ମଟିକୁ ଭରପୂର ଉପଭୋଗ କରିଥିଲେ ।