ରକ୍ତଦାନ କଲେ ଜିଲ୍ଲାପାଳ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଦରବାର ହଲ ଠାରେ ଆୟୋଜିତ ରକ୍ତଦାନ ଶିବିରରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ରକ୍ତଦାନ କରିଛନ୍ତି । ବୁଧବାର ଆୟୋଜିତ ଏହି ରକ୍ତଦାନ ଶିବିରରେ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ରକ୍ତଦାନ କରିଥିଲେ। ଜିଲ୍ଲା ପ୍ରଶାସନ ଓ ରେଡ଼କ୍ରସ ସଂସ୍ଥାର ମିଳିତ ସହଯୋଗରେ ଏହି ଶିବିର ଅୟୋଜିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଛନ୍ତି।