Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ଦାବିରେ ନନ୍ଦନକାନନରେ କଂଗ୍ରେସର ଧାରଣା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ଦାବିରେ ନନ୍ଦନକାନନରେ କଂଗ୍ରେସର ଧାରଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦାରୁଠେଙ୍ଗ ଡମ୍ପିଂୟାର୍ଡରୁ ହରପିସ୍ ଭୂତାଣୁ ବ୍ୟାପୀ ନନ୍ଦନକାନନ ହାତୀଙ୍କ ମୃତ୍ୟୁ ଘଟୁଛି । ତେଣୁ ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ଏବଂ ନନ୍ଦନକାନନର ପଶୁପକ୍ଷୀ ସୁରକ୍ଷା ଦାବିରେ ବୁଧବାର କଂଗ୍ରେସ ପକ୍ଷରୁ ନନ୍ଦନକାନନ ମୁଖ୍ୟ ଫାଟକ ନିକଟରେ ବିକ୍ଷୋଭ କରାଯାଇଥିଲା । ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସମେତ ଶହ ଶହ କର୍ମୀ ଓ ଦାରୁଠେଙ୍ଗ, ପଟିଆ, ରଘୁନାଥପୁର, ଚନ୍ଦକା, ଅନ୍ଧାରୁଆ, ପାଇକେରାପୁର, କଂଟାବାଡ଼, ମେଣ୍ଢାଶାଳ ଅଂଚଳର ବହୁ ଜନସାଧାରଣ ନନ୍ଦନକାନନ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ । କୌଣସି ଅଘଟଣ ଆଶଙ୍କାରେ ନନ୍ଦନକାନନକୁ ଏକ ଘଂଟା ପର୍ୟ୍ୟନ୍ତ ବନ୍ଦ ରଖାଯାଇଥିଲା । ବିକ୍ଷୋଭ ପରେ ନନ୍ଦନକାନନ କର୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଶ୍ରୀ ରାଉତରାୟ କହିଥିଲେ ଯେ ଦାରୁଠେଙ୍ଗରେ ଗଦା ହୋଇଥିବା ଅଳିଆ ଓ ଆବର୍ଜନା ନନ୍ଦନକାନନ ପଶୁପକ୍ଷୀ ମୃତ୍ୟୁର ମୁଖ୍ୟ କାରଣ । ଏହି ଡମ୍ପିଂୟାର୍ଡ ସେଠାକାର ପରିବେଶ ପ୍ରଦୁଷଣ କରୁଛି ଏବଂ ନନ୍ଦନକାନନର ପଶୁପକ୍ଷୀମାନଙ୍କ ପାଇଁ ଘାତକ ପାଲଟିଛି । ଡମ୍ପିଂୟାର୍ଡରୁ ନିର୍ଗତ ବର୍ଜ୍ୟ ଜଳ ଭୁଆଷୁଣି ମୌଜାରୁ ବାହାରି ଯୁଝିଆନାଳୀ, ବଡବନ୍ଧ, ଯୁଝଗଡ ଫିଡର ଫାର୍ମ ଦେଇ ନନ୍ଦନକାନନର କାଞ୍ଜିଆ ହ୍ରଦରେ ପଡିଥାଏ ।

କାଞ୍ଜିଆ ହ୍ରଦର ଜଳ ଆଉ ନନ୍ଦନକାନନର ପଶୁପକ୍ଷୀଙ୍କ ପାଇଁ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ ।ଏପରିକି ଏ ଅଂଚଳର ଭୂତଳ ଜଳସ୍ତର ମଧ୍ୟ ଅତି ମାତ୍ରାରେ ପ୍ରଦୁଷିତ ହୋଇଯାଇଛି । ଏହାଦ୍ୱାରା ସେଠାକାର ଜନସାଧାରଣ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଅଳିଆଗଦାରୁ ଜନ୍ମିତ ଭୂତାଣୁ ଦ୍ୱାରା ନନ୍ଦନକାନନର ହାତୀ, ଗଣ୍ଡା, ନୀଳଗାଈ, ହରିଣ, ଧଳା ବାଘ, ଡେଲେରା ମୂଷା, ଓ ଅନ୍ୟାନ୍ୟ ପଶୁପକ୍ଷୀ ମୃତ୍ୟୁବରଣ କରିଥିବା ସ୍ଥଳେ ରାଜ୍ୟ ସରକାର ନିରବ ରହିଛନ୍ତି ।

ଶ୍ରୀ ରାଉତରାୟ କହିଛନ୍ତି ଯେ ଦାରୁଠେଙ୍ଗ ଠାରୁ ଅଳିଆ ଆବର୍ଜନା ଗଦାକୁ ତୁରନ୍ତ ସ୍ଥାନାନ୍ତର କରାଯିବା ସହ ନନ୍ଦନକାନନର ପଶୁପକ୍ଷୀଙ୍କୁ ସୁସ୍ଥ ରଖିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ । ହାତୀ ପ୍ରଭୃତି ମୂଲ୍ୟବାନ ପଶୁ ଏବଂ ପକ୍ଷୀ ମୃତ୍ୟୁବରଣ କରିଛନ୍ତି ଅନ୍ୟ ଜାଗାରୁ ସେହି ମୂଲ୍ୟବାନ ପଶୁପକ୍ଷୀଙ୍କୁ ଆଣି ନନ୍ଦନକାନନରେ ରଖାଯାଉ ବୋଲି ସେ ଦାବି କରିଛନ୍ତି ।

ଏହି କାର୍ୟ୍ୟକ୍ରମରେ ତପନ ଚକ୍ରବର୍ତୀ, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ଜୟକୃଷ୍ଣ ମଲିଆ, ରବି ହରିଚନ୍ଦନ, କହ୍ନେଇ ସେଠୀ, ବିକ୍ରମ ସୁନ୍ଦରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।