କଂଗ୍ରେସ ଦ୍ୱାରା ମୋଦୀ ଓ ଯୋଗୀଙ୍କ କୁଶପୁତ୍ତଳିକା ଦାହ

କୋରାପୁଟ,ଏନ୍ଏନ୍ଏସ୍ : ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରେ ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁବରଣ କରିଥିବା ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରାଙ୍କୁ ଉତ୍ତରପ୍ରଦେଶ ପୁଲିସର ଆକ୍ରୋଶକୁ ସାମ୍ନା କରିବାକୁ ପଡ଼ିଥିଲା। ଏହାକୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ, କୋରାପୁଟର କଂଗ୍ରେସ୍ ବିଧାୟକ ପ୍ରାର୍ଥୀ କୃଷ୍ଣ କୁଳଦୀପ, ପୂର୍ବତନ ବିଧାୟକ ନିମାଇ ସରକାରଙ୍କ ନେତୃତ୍ୱରେ କୋରାପୁଟର ମୁଖ୍ୟ ଟ୍ରାଫିକ୍ ଛକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। କଂଗ୍ରେସ ନେତା ଭାଗବାନ ବାହିନୀପତି, ରମେଶ ବାଙ୍କିଆ, ଗୋପୀନାଥ ପଲେଇ ଓ ଅନ୍ୟମାନେ ପ୍ରତିବାଦରେ ସାମିଲ ହୋଇଥିଲେ।