Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କଟକରେ ନୂଆ ସ୍ମାର୍ଟ ପାର୍କ ପାଇଁ ସିଏମସିର ଯୋଜନା, ରହିବ ଅତ୍ୟାଧୁନିକ ସାମଗ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କଟକରେ ନୂଆ ସ୍ମାର୍ଟ ପାର୍କ ପାଇଁ ସିଏମସିର ଯୋଜନା, ରହିବ ଅତ୍ୟାଧୁନିକ ସାମଗ୍ରୀ

କଟକ,ଏନ୍ଏନ୍ଏସ୍: କଟକ ମହାନଗର ନିଗମ ତରଫରୁ ଗତକାଲି(ଶନିବାର) ପବ୍ଲିକ ୱାର୍କ ଷ୍ଟାଣ୍ଡିଂ କମିଟି ଵୈଠକ ବସିଥିଲା । କଟକରେ ନୂଆ ସ୍ମାର୍ଟ ପାର୍କ ପାଇଁ ସଏସଏମସି ଯୋଜନା କରୁଥିବା ଵୈଠକରେ କୁହାଯାଇଛି, ଯେଉଁଠାରେ ଅତ୍ୟାଧୁନିକ ସାମଗ୍ରୀ ରଖାଯିବା ନେଇ ମଧ୍ୟ ବ୍ୟବସ୍ଥା କରାଯିବ ।

ମିଳିଥିବା ସୂଚନା ଅନୁଯାୟୀ କଟକ ମହାନଗର ନିଗମର ଶନିବାର ପବ୍ଲିକ ୱାର୍କ ଷ୍ଟାଣ୍ଡିଂ ବୈଠକ ବସିଥିଲା । ଏଥିରେ ଉଭୟ ଶାସକ ଓ ବିରୋଧି ଦଳର କର୍ପୋରେଟର ମାନେ ଵିଭିନ୍ନ ଓ୍ବାର୍ଡରେ ହେଉଥିବା କାମର ମାନକୁ ନେଇ ଆଲୋଚନା କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷ କରି ଓ୍ବାର୍ଡ ଗୁଡିକରେ ତିଆରି ହେଉଥିବା ପାର୍କ ଗୁଡିକର କାମ ଅତ୍ୟନ୍ତ ନିମ୍ନ ମାନର ହୋଇଥିଵା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ତଦାରଖ କରାଯାଉଥିବା ଵିଭାଗୀୟ ଅଧିକାରୀ ମତ ରଖିଥିଲେ ।

ଆଲୋଚନା ପରେ ସହରରେ ୭ଟି ସ୍ମାର୍ଟ ପାର୍କ ହେବା ନେଇ କୁହାଯାଇଛି । ଯେଉଁଠାରେ ଫୁଡ଼ କୋର୍ଟ, ଜିମ ,ପାଠାଗାର, ଇତ୍ୟାଦି ଉପଲବ୍ଧ ହେବ । କର୍ମଜୀବୀ ମହିଳା ମାନଙ୍କ ପାଇଁ ହଷ୍ଟେଲ ସୁବିଧା ମଧ୍ୟ କରାଯିବ । ଏହାଛଡ଼ା ଦଶହରା ପୂର୍ବରୁ ଯେଉଁ ବିକାଶ ମୂଳକ କାମ ହାତକୁ ନିଆଯାଇ ଥିଲା ତାହାର ମଧ୍ୟ କାର୍ଯ୍ୟ ଶେଷ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଏହି ବୈଠକରେ ଷ୍ଟାଣ୍ଡିଙ୍ଗ କମିଟି ଚେୟାରମ୍ୟାନ ପ୍ରଦୀପ୍ତ ଖୁଣ୍ଟିଆ ବିଭିନ୍ନ ୱାର୍ଡର କର୍ପୋରେଟର ଓ ସିଏମସିର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସିଏମସି ପକ୍ଷରୁ ଯେଉଁ ସବୁ ଯୋଜନା କରାଯାଉଛି ତାହାର କେତେ ପରିମାଣର ସଫଳ ରୂପାୟନ ହେଉଛି ତାହା ଏହି ବୈଠକର ମୂଳ ଲକ୍ଷ୍ୟ।

ଏନେଇ କଟକ ଓ୍ବାର୍ଡ ନମ୍ବର ୫୦ର କର୍ପୋରେଟର ସନ୍ତୋଷ ଭୋଳ କହିଛନ୍ତି ଯେ, ” ଆମର ସବୁ ଯେଉଁ କାମ ପେଣ୍ଡିଂ ରହିଯାଇଥିଲା, ତାକୁ ଓ୍ବାର୍କ ଷ୍ଟାଣ୍ଡି କମିଟିକୁ ପଠାଇଛନ୍ତି ବା ଦଶହରା ସମୟରେ ଯେଉଁ ସବୁ କାର୍ଯ୍ୟକାରୀ ହୋଇଛି ତାକୁ ଷ୍ଟାଣ୍ଡି କମିଟି ପଠାଇ କାଉସିଲ ପାସ କରିବା ପାଇଁ କରାଯାଇଛି । କିନ୍ତୁ ଯେଉଁ ମାତ୍ରାରେ କାର୍ଯ୍ୟ କରିବା କଥା ତାହା ଆଜି ପର୍ଯ୍ୟନ୍ତ ହୋଇନାହିଁ, ଖାଲି ଗୋଟେ ଲୋକ ଦେଖାଣିଆ ହୋଇ ଷ୍ଟାଣ୍ଡିଂ କମିଟିକୁ ପଠାଇଦେଇଛନ୍ତି l ଦଶହରା ସମୟରେ କୌଣସି ଆଖିଦୃଶ୍ୟା ଭଳି କାମବି ହୋଇନାହିଁ, ଖାଲି ଲୋକ ଦେଖାଣିଆ ପାଇଁ ରାସ୍ତାଘାଟ ମରାମତି କରିଦେଇଛନ୍ତି ।