କ୍ରୀଡା ଇତିହାସରେ ନୂଆ ଫର୍ଦ୍ଦ, ରାଜ୍ୟକୁ ମିଳିଲା ୩ଟି ଫୁଟବଲ ଟ୍ରେନିଂ ସେଣ୍ଟର

ଭୁବନେଶ୍ୱର: ରାଜ୍ୟ କ୍ରୀଡା ଇତିହାସରେ ନୂଆ ଫର୍ଦ୍ଦ ଯୋଡି ହୋଇଛି । ରାଜଧାନୀରେ ୩ଟି ଫୁଟବଲ ଟ୍ରେନିଂ ସେଣ୍ଟର ଲୋକାର୍ପିତ ହୋଇଛି । ୟୁନିଟ-୧ରେ ଅନ୍ତର୍ଜାତୀୟ ସ୍ତରୀୟ ଭୁବନେଶ୍ୱର ଫୁଟବଲ ଏକାଡେମୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହାସହ ଏକକାଳୀନ ୟୁନିଟ-୯ ସ୍ଥିତ କ୍ୟାପିଟାଲ ଏରିନା ଓ ଓଡିଶା ଫୁଟବଲ ଏକାଡେମୀରେ ଥିବା ଟ୍ରେନିଂ ସେଣ୍ଟର ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଉଦଘାଟନ ଅବସରରେ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ରାଜ୍ୟକୁ 3ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର୍ ମିଳିଛି । ଭୁବନେଶ୍ୱର ଫୁଟବଲ ଏକାଡେମୀ, ଓଡ଼ିଶା ଫୁଟବଲ ଏକାଡେମୀ ଓ କ୍ୟାପିଟାଲ ଫୁଟବଲ ଏରିନା ଲୋକାର୍ପିତ ହୋଇଛି । ଏହି ଏକାଡେମୀରେ ପିଲାଙ୍କୁ ଫୁଟବଲ ଟ୍ରେନିଂ ଦିଆଯିବ । ହକି ପରି ଓଡ଼ିଶାରେ ଫୁଟବଲକୁ ରାଜ୍ୟ ସରକାର ଗୁରୁତ୍ଵ ଦେଇଥିବା କହିଛନ୍ତି କ୍ରୀଡାମନ୍ତ୍ରୀ । କଳିଙ୍ଗ ଷ୍ଟାଡିଅମ ମଧ୍ୟରେ ଅଭ୍ୟାସ ପାଇଁ ଏକ ଗ୍ରାଉଣ୍ଡ ଏବଂ ୟୁନିଟ -1ରେ ଏକ ସିନ୍ଥେଟିକ ଗ୍ରାଉଣ୍ଡ ମଧ୍ୟ ଉଦଘାଟିତ ହୋଇଛି । ଏହାର ନିର୍ମାଣ ପାଇଁ 90କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ଫୁଟବଲ ଗ୍ରାଉଣ୍ଡରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଖେଳାଳିଙ୍କ ପାଇଁ ଚେଞ୍ଜିଂ ରୁମ, ଗ୍ୟାଲେରୀ, ଜିମ, କୋଚ୍ ରୁପ ଓ ଅନ୍ୟାନ ସୁବିଧା ସୁଯୋଗ ଉବଲବ୍ଧ ହେବ । ଏହି 3ଟି ସେଣ୍ଟର ପାଖାପାଖି ରହିଛି । ଫୁଟବଲ ବିକାଶରେ ଏହା ସହାୟ ହେବ ।