ଆଜି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ଅଧିକ ବ୍ୟାପିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି। ବୈଠକରେ ବିଜେପି ଓ କଂଗ୍ରେସ ସମେତ ଅନ୍ୟ ଦଳର ନେତାମାନେ ଉପସ୍ଥିତ ରହିବେ।

କରୋନା ଯୋଗୁଁ ବିଗିଡି ଥିବା ଅବସ୍ଥା ଲାଗି ସମସ୍ତ ପାର୍ଟିର ବୈଠକ ଆଜି ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ। ଏହି ବୈଠକ ଦିଲ୍ଲୀ ସଚିବାଳୟରେ ଅନୁଷ୍ଠିତ ହେବ। ବୈଠକରେ କରୋନା ଭାଇରସରୁ ବର୍ତ୍ତିବା ଲାଗି ଆଲୋଚନା ହେବ। ୧୦୦ ଘରୋଇ ହସ୍ପିଟାଲ ରିପୋର୍ଟ ପ୍ରସ୍ତୁତ କରିବାକୁ ୧୦ଟି ଟିମ ଗଠନ କରିଛନ୍ତି। ଏହି ଟିମ ପ୍ରାଇଭେଟ ହସ୍ପିଟାଲରେ କ’ଣ ବ୍ୟବସ୍ଥା ରହିଛି, ତଥ୍ୟ ହାସଲ କରି ଗୃହମନ୍ତ୍ରାଳୟ ନିକଟରେ ଦାଖଲ କରିବେ।

ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ବ୍ୟାପିବାରେ ଲାଗିଛି। ଏହାରି ମଧ୍ୟରେ ବୁଧବାର ୨୪ ଘଣ୍ଟା ମଧ୍ୟରେ ୧୩୧ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦିଲ୍ଲୀବାସୀଙ୍କର ଚିନ୍ତା ବଢ଼ିଛି। ଏହା ଦିଲ୍ଲୀରେ ମହାମାରୀରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ। ଏହା ପୂର୍ବରୁ ନଭେମ୍ବର ୧୨ରେ ସର୍ବାଧିକ ୧୦୪ ଜଣ ଜୀବନ ହାରିଥିଲେ। ବୁଧବାର ଦିଲ୍ଲୀରେ ୭୪୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।