କାଶ୍ମୀର,ଏଜେନ୍ସି: ଜାମ୍ମୁ-କାଶ୍ମୀର ଅଞ୍ଚଳରେ ପୁଣି ଆତଙ୍କୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଆଜି ଭୋର ୫ଟା ସମୟରେ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ନିକଟ ନଗରୋଟାର ନିଷେଧ ଟୋଲ ପ୍ଲାଜା ନିକଟରେ ଗୁଳିବିନିମୟ ହୋଇଛି। ଏହି ଏନକାଉଣ୍ଟର ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ।
ସୂଚନା ଅନୁସାରେ ସେଠାରେ କେତେକ ଆତଙ୍କବାଦୀ ଏକ ଗାଡ଼ିରେ ଲୁଚି ରହି ଫାଙ୍କା ଗୁଳିଚାଳନା କରିଥିଲେ। ପରେ ସିଆରପିଏଫର ସୈନ୍ୟ ଘଟଣାସ୍ଥଳକୁ କର୍ଡନ କରିବା ସହିତ ପାଲଟା ଗୁଳିଚାଳନା କରିଥିଲେ। ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଉକ୍ତ ସ୍ଥାନଟିକୁ ସିଲ କରିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି।