ଛଟ୍ ପୂଜା ପାଳନ କରିବା ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: କରୋନାକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀର ଯମୁନା ଘାଟରେ ଛଟ ପୂଜା ଉତ୍ସବ ପାଳନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଦିଲ୍ଲୀରେ କରୋନା ସଂକ୍ରମଣ ଅବସ୍ଥା ସମ୍ପର୍କରେ ଆବେଦନକାରୀ ବୋଧେ ତଥ୍ୟ ରଖି ନାହାଁନ୍ତି। କୌଣସି ଧର୍ମର ପର୍ବ ପାଳନ କରିବାକୁ ହେଲେ ପ୍ରଥମେ ନିଜେ ବଞ୍ଚିବା ଆବଶ୍ୟକ।

ପୂର୍ବରୁ କେଜ୍ରିୱାଲ ସରକାର ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ଭିଡ଼ ଜମାଇବାରେ ବିପଦ ରହିଥିବାରୁ ଚଳିତବର୍ଷ ଛଟ ପୂଜା ଉପରେ ରୋକ ଲଗାଇଥିଲେ। କିନ୍ତୁ ଛଟ ପୂଜା ଆୟୋଜନ କରୁଥିବା କମିଟି ଦିଲ୍ଲୀ ସରକାରଙ୍କ ଏହି ଆଦେଶକୁ ବିରୋଧ କରି ହାଇକୋର୍ଟରେ ଏ ନେଇ ଆବେଦନ କରିଥିଲେ। କୋଭିଡ-୧୯ ମହାମାରୀ ସମୟରେ ସାମାଜିକ ଦୂରତା ନିୟମ ଅନୁସରଣ କରି ଛଟ୍ ପୂଜା ପାଳନା କରିବା ନେଇ ଅନୁମତି ଦେବା ପାଇଁ ଦିଲ୍ଲୀ ସାଂସଦ ମନୋଜ ତିୱାରୀ ମଧ୍ୟ ଦାବି କରିଥିଲେ।