ଏମକେସିଜିରେ ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ତରଳ ମେଡ଼ିକାଲ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବ୍ରହ୍ମପୁରର ଏମକେସିଜି ମେଡ଼ିକାଲ କଲେଜରେ ଏକ ତରଳ ମେଡ଼ିକାଲ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚ୍ଚୁଆଲ ମୋଡ଼ରେ ଏହି ପ୍ଲାଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହା ଦ୍ୱାରା ଦକ୍ଷିଣ ଓଡ଼ିଶାର ଜିଲ୍ଲା ବିଶେଷତ ଗଞ୍ଜାମ ଅଞ୍ଚଳରେ ଥିବା ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ମେଡ଼ିକାଲ ଅମ୍ଳଜାନର ଅଭାବ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏଥିସହିତ ଏମକେସିଜିରେ ଅମ୍ଳଜାନ ଅଭାବରେ ମୂଲ୍ୟବାନ ଜୀବନ ଆଉ ହାନି ହେବନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହି ଅମ୍ଳଜାନ ପ୍ଲାଣ୍ଟକୁ ପ୍ରତି ଘଣ୍ଟାରେ ମନିଟରିଂ କରାଯିବ।

ସେ କହିଛନ୍ତି କି ରାଜ୍ୟରେ ମେଡ଼ିକାଲ ଅମ୍ଳଜାନର ସୁପରିଚାଳନା ପାଇଁ ଅକ୍ସିଜେନ ସିଲିଣ୍ଡର କିଣିବା ସହ ଅମ୍ଳଜାନ ଉତ୍ପାଦନ ସୁବିଧା କରାଯିବ। ସେହିପରି ଭବିଷ୍ୟତରେ ଅମ୍ଳଜାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ଟାସ୍କଫୋର୍ସ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କରୋନା ମୁକାବିଲାରେ ଲୋକମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କରୋନା ମୁକାବିଲା କ୍ଷେତ୍ରରେ ନେତୃତ୍ୱ କରୁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି। ତେବେ ଏହି ନୂତନ ତରଳ ମେଡ଼ିକାଲ ଅକ୍ସିଜେନ ପ୍ଲାଣ୍ଟଟି ୨ କୋଟି ଟଙ୍କାରେ ନିର୍ମିତ ହୋଇଛି। ଏହାର କ୍ଷମତା ୨୦ ହଜାର ଲିଟର ରହିଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜନ ହୋଇଥିଲା।