ଭୁବନେଶ୍ୱରରୁ ଆଜି ଆଉ ୧୧୨୦ କୋଭିଡ ପଜିଟିଭ ଚିହ୍ନଟ, ୯୨୮ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। ଏହି ମଧ୍ୟରେ ଆଜି ଭୁବନେଶ୍ୱରରୁ ୧୧୨୦ଟି ନୂଆ କୋଭିଡ ପଜିଟିଭ ମାମଲା ଚିହ୍ନଟ ହୋଇଛି। ଏହି ସଂକ୍ରମିତଙ୍କ ମଧ୍ୟରେ ଲୋକାଲରୁ ୯୬୧ ଜଣ ଚିହ୍ନଟ ହୋଇଥିବା ବେଳେ ସଂଗରୋଧ କେନ୍ଦ୍ରରୁ ୧୫୯ ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଲୋକାଲରୁ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଡୁମଡୁମାରୁ ସର୍ବାଧିକ ୫୦ ଜଣ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଭୁବନେଶ୍ୱରରେ ମୋଟ କୋଭିଡ ସଂକ୍ରମଣ ସଂଖ୍ୟା ୬୫ ହଜାର ୬୯୪ରେ ପହଞ୍ଚିଛି। ସେଥିରୁ ୫୨ ହଜାର ୮୩୯ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୩୦୪ ଜଣଙ୍କ ମୃତ୍ୟୁ ହୋଇସାରିଛି। ବର୍ତ୍ତମାନ ରାଜଧାନୀରେ ୧୨ ହଜାର ୫୩୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।